କଂଗ୍ରେସର ନୂତନ ସଭାପତି ହେଲେ ମଲ୍ଲିକାର୍ଜୁନ ଖଡଗେ

ନୂଆଦିଲ୍ଲୀ,୧୯/୧୦:  ରାଜନୈତିକ ଦଳ କଂଗ୍ରେସ ର ନୂତନ ସଭାପତି ହୋଇଛନ୍ତି ମଲ୍ଲିକାର୍ଜୁନ ଖଡଗେ । ସୋନିଆଙ୍କ ପରେ ସେ ଏଆଇସିସିର ନୂଆ ମଙ୍ଗୁଆଳ ହୋଇଛନ୍ତି । ଏ ନେଇ ଆଜି ସକାଳ ୧୦ଟାରୁ ଆରମ୍ଭ ହୋଇଥିଲା ଭୋଟ୍ ଗଣତି । ୯୩୮୫ ଭୋଟରୁ ଖଡଗେଙ୍କୁ ମିଳିଛି ୭୮୯୭ ଭୋଟ୍ । ତାଙ୍କ ବିପକ୍ଷରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଶଶି ଥରୁରଙ୍କୁ ୧୦୭୨ ଭୋଟ ମିଳିଥିବା ସୂଚନା ମିଳିଛି । ଏହି ନିର୍ବାଚନରେ ୪୧୪ ଭୋଟ୍ ଅବୈଧ ହୋଇଯାଇଛି । ଶଶି ଥରୁରଙ୍କ ତୁଳନାରେ ଖଡଗେଙ୍କୁ ଆଠ ପ୍ରତିଶତ ଅଧିକ ଭୋଟ୍‌ ମିଳିଛି ।