ଆମ୍ବୁଲାନ୍ସ ଦୁର୍ଘଟଣା ଗ୍ରସ୍ତ, ୨ମୃତ ଓ ୩ ଆହତ

ଭୁବନେଶ୍ୱର,୧୭/୧୦: ଜୁନାଗଡ ଥାନା ମହିଚଲା ନିକଟରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ସେଠାରେ ଏକ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଆମ୍ବୁଲାନ୍ସଟି ଜୟପାଟଣା ଥାନା କପୁରମାଲ ଗାଁରୁ ଭବାନୀପାଟଣା ରୋଗୀ ନେଇ ଯାଉଥିଲା ।  ଆଉ ଏହି ଦୁର୍ଘଟଣାରେ ରୋଗୀ ସହ ହେଲପରର ମୃତ୍ୟୁ ହୋଇଛି ।   ପରିବାରର ଅନ୍ୟ ୩ଜଣ ମଧ୍ୟ ଆହତ ହୋଇଛନ୍ତି । ସୂଚନାନୁସାରେ ବିଳମ୍ବିତ ରାତିରେ ୧୦୮ ଆମ୍ବୁଲାନ୍ସ ଗଛରେ ପିଟି ହୋଇଥିଲା । ଘଟଣାସ୍ଥଳରେ ଜୁନାଗଡ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।