କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୯ ପ୍ରତିଶତ ବୃଦ୍ଧି

ନୂଆଦିଲ୍ଲୀ,୧୬/୧୦: କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ଦୀପାବଳି ଭେଟି । ସରକାର ପଞ୍ଚମ ଏବଂ ଷଷ୍ଠ ବେତନ ଆୟୋଗ ଅଧୀନରେ ଦରମା ନେଉଥିବା କର୍ମଚାରୀଙ୍କ ମହଙ୍ଗା ଭତ୍ତା ୯ ପ୍ରତିଶତ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ଏହି ବର୍ଦ୍ଧିତ ଡିଏ ଜୁଲାଇ ପହିଲାରୁ ଲାଗୁ କରାଯାଇଛି । ଏହାସହ ପଞ୍ଚମ ବେତନ ଆୟୋଗ ଅଧିନରେ ଦରମା ପାଉଥିବା କର୍ମଚାରୀଙ୍କ ଡିଏକୁ ୧୫ ପ୍ରତିଶତରୁ ବଢାଇ ଦିଆଯାଇଛି । ଏହି ଦରମା ମଧ୍ୟ ଜୁଲାଇ ୧ ତାରିଖରୁ ଲାଗୁ କରାଯିବ ବୋଲି କେନ୍ଦ୍ର ସରକାର ଘୋଷଣା କରିଛନ୍ତି ।