ଭୁବନେଶ୍ବରର ୭ଟି ସ୍ଥାନରେ ବିକ୍ରି ହେବ ବାଣ, ଜାଣନ୍ତୁ କେଉଁଠି କେଉଁଠି

ଭୁବନେଶ୍ବର,୧୫/୧୦: କୋଭିଡ-୧୯ କାରଣରୁ ବିଗତ ୨ ବର୍ଷରେ ଆଲୋକର ପର୍ବ ଦୀପାବଳି ବହୁତ କଟକଣା ସହ ପାଳିତ ହୋଇଥିଲା। ଏଥର କିନ୍ତୁ ଆଡମ୍ବରପୂର୍ଣ୍ଣ ଭାବେ ଦୀପାବଳି ପାଳନ କରାଯିବ। ରାଜ୍ୟ ସରକାର ବାଣ ବିକ୍ରି ପାଇଁ ଅନୁମତି ପ୍ରଦାନ କରିଛନ୍ତି। ଭୁବନେଶ୍ବରରେ କେଉଁଠାରେ ବାଣ ବଜାର ଖୋଲିବ ସେ ନେଇ ଟୁଇଟ୍‌ କରି ସୂଚନା ଦେଇଛନ୍ତି।

ଭୁବନେଶ୍ବରସ୍ଥିତ ଗାଡ଼କଣର ସବରସାହି ମେଳଣ ପଡ଼ିଆ, ବମିଖାଲର ରସୁଲଗଡ଼ ଦୁର୍ଗାପୂଜା ମଣ୍ଡପ, ପାଣ୍ଡରାର ପଳାସୁଣୀ ବିଜୁ ପଟ୍ଟନାୟକ ଖେଳ ପଡ଼ିଆ, ବାପୁଜୀ ନଗରର ୟୁନିଟ-୧ ହାଇସ୍କୁଲ ପଡ଼ିଆ ପଛପଟ, ଲକ୍ଷ୍ମୀସାଗର-୨ର ଲକ୍ଷ୍ମୀସାଗର ମେଳନ ପଡ଼ିଆ, ବଡ଼ଗଡ଼ର ବିଡିଏ ମାର୍କେଟ ପାର୍ଶ୍ବ ସହିତ ୨ଟି ସ୍ଥାନରେ ବାଣ ବିକ୍ରି ହେବ। ବାଣ ବିକ୍ରି ବେଳେ ଯେପରିକି ଅଘଟଣ ରୋକିବାକୁ ଦୃଷ୍ଟିରେ ରଖି ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା କରାଯିବ। ଲାଇସେନ୍ସ ପ୍ରାପ୍ତ ଦୋକାନୀ ଆବଶ୍ୟକ ଶୁଳ୍କ ଦେଇ ଏହି ସ୍ଥାନରେ ବାଣ ଦୋକାନ ଖୋଲିପାରିବେ।