ଆଖିବୁଜା ଗୁଳିମାଡ଼, ପୋଲିସ ଅଧିକାରୀଙ୍କ ସମେତ ୫ ମୃତ

ଭୁବନେଶ୍ୱର,୧୪/୧୦: କେହି କିଛି ନବୁଝିବା ଆଗରୁ ଆଖିବୁଜା ଗୁଳିମାଡ଼। ଏହିପରି ଆତଙ୍କ ଆମେରିକାର କ୍ୟାରୋଲିନାରେ ଦେଖିବାକୁ ମିଳିଛି। ନାବାଳକର ଆଖିବୁଜା ଗୁଳିମାଡରେ ପୋଲିସ ଅଧିକାରୀଙ୍କ ସମେତ ୫ଜଣଙ୍କ ମୃତ୍ୟୁ ହୋଇଛି । ଫଳରେ ସ୍ଥାନୀୟ ଇଲାକାକୁ ସିଲ କରି ଯାଞ୍ଚ ଚଳାଇଛି ପୋଲିସ । ଆକ୍ରମଣକାରୀର ବୟସ ୧୩ରୁ ୧୬ ବର୍ଷ ମଧ୍ୟରେ ହେବ । ଅଭିଯୁକ୍ତକୁ ଗିରଫ କରାଯାଇଥିବା ଜଣାପଡିଛି । ସୂଚନା ଅନୁଯାୟୀ ନାବାଳକ ଆକ୍ରମଣକାରୀ ସେନା ବର୍ଦ୍ଦି ପିନ୍ଧି ଜନଗହଳି ମଧ୍ୟକୁ ପ୍ରବେଶ କରିଥିଲା । ହାତରେ ତା’ର ଏକ ଲମ୍ବା ବନ୍ଧୁକ ଥିଲା । କେହି କିଛି ବିଝିବା ଆଗରୁ ଆଖି ବୁଜା ଗୁଳି ଚଳାଇଥିଲା ।