ଶ୍ରୀମନ୍ଦିର ଖୋଲିବା ପୂର୍ବରୁ ୫-ଟି ସଚିବଙ୍କ ସ୍ଥିତି ସମୀକ୍ଷା

ପୁରୀ, ୧୯/୧୨: ଶ୍ରୀମନ୍ଦିର ଖୋଲିବା ପୂର୍ବରୁ ପୁରୀ ଯାଇ ୫-ଟି ସଚିବ ଆଜି ସ୍ଥିତି ଅନୁଧ୍ୟାନ କରିଛନ୍ତି ।  ତାଙ୍କ ସହ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ ଓ ଏସପି ସାମିଲ ଥିଲେ। ଉଲ୍ଲେଖ ଯୋଗ୍ୟ ଯେ ରାଜ୍ୟରେ ମହାମାରି କରୋନା ଯୋଗୁ ସବୁ ଧର୍ମାନୁଷ୍ଠାନ ବନ୍ଦ ରହିଥିଲା। କିନ୍ତୁ ଏବେ ରାଜ୍ୟରେ ଧୀରେ ଧୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମିବାରେ ଲାଗିଛି। ଏହାରିମଧ୍ୟରେ ଆସନ୍ତା ୨୩ରୁ ପୁରୀ ଶ୍ରୀମନ୍ଦିର ଖୋଲିବା ନେଇ ନିଷ୍ପତ୍ତି ନିଆଯାଇଛି। ଶ୍ରୀମନ୍ଦିର ସହ ପୁରୀ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ ଖୋଲିବ । କିନ୍ତୁ କୋଭିଡ୍ କଟକଣା ମାନି ଶ୍ରଦ୍ଧାଳୁ ଦର୍ଶନ କରିବେ ବୋଲି ସୂଚନା ମିିଳିଛି।