କିପରି କଟିବ ଆଜି ଆପଣଙ୍କ ଦିନ: ୧୪/୧୦/୨୦୨୨

ମେଷ:ଆଜି ଆପଣ ଶତ୍ରୁଙ୍କ ଉପରେ ବିଜୟ ହାସଲ କରିବେ। ଚାକିରି କ୍ଷେତ୍ରରେ ସଫଳତା ହାସଲ କରିବେ। ସେୟାର ବଜାରରେ ନିବେଶ କରି ଲାଭବାନ ହେବେ। ଆପଣଙ୍କ ଏକାଗ୍ରତା ଭଙ୍ଗ ହୋଇପାରେ।

ବୃଷ:ଆପଣ କୌଣସି ସ୍ଥାନରେ ନିବେଶ କରିବା ପୂର୍ବରୁ ଭଲଭାବରେ ବିଚାର କରନ୍ତୁ। ଜୀବନସାଥୀ ଆପଣଙ୍କ ଭାବନାକୁ ସମ୍ମାନ ଦେବେ। ଘରୋଇ ଖର୍ଚ୍ଚ ପ୍ରତି ଆପଣ ନିୟନ୍ତ୍ରଣ ରଖନ୍ତୁ। ପ୍ରଭାବଶାଳୀ ଲୋକଙ୍କ ସହିତ ଆପଣଙ୍କର ମିଳାମିଶା ହୋଇପାରେ।

ମିଥୁନ:ଆପଣଙ୍କ ଜୀବନରେ ବହୁତ ବଡ଼ ପରିବର୍ତ୍ତନ ଆସିବାର ସମ୍ଭାବନା ରହିଛି। ରୋଜଗାର ନଥିବା ଲୋକଙ୍କୁ ଆଶାନୁରୂପ ଚାକିରି ମିଳିଯିବ। ଦେଇଥିବା ଋଣ ଆପଣ ସଠିକ ସମୟରେ ଫେରସ୍ତ ପାଇବେ।

କର୍କଟ:ଆଜି ଆପଣଙ୍କୁ କୋର୍ଟ କଚେରି ମାମଲାରେ ସତର୍କ ରହିବାର ଆବଶ୍ୟକତା ରହିଛି। ଅଫିସରେ କୌଣସି କଥାକୁ ନେଇ ବରିଷ୍ଠ ଅଧିକାରୀ ଆପଣଙ୍କ ଉପରେ ଅସନ୍ତୁଷ୍ଟ ରହିବେ। ସମ୍ପତ୍ତିରେ ନିବେଶ କରିବା ପାଇଁ ଆଜିର ଦିନଟି ଅନୁକୂଳ ରହିଛି।

ସିଂହ:ଆଜି ଆପଣଙ୍କ ମନୋବଳ ସୁଦୃଢ ହେବା ଆଜିର ଆପଣଙ୍କ ସାହସ ବୃଦ୍ଧି ହେବ। ପୈତୃକ ସମ୍ପତ୍ତିରୁ ଲାଭ ପ୍ରାପ୍ତ ହେବ। ପାରିବାରିକ ଜୀବନରେ ଆପଣ ସକ୍ରିୟ ରହିବେ। ସନ୍ତାନଙ୍କ ତରଫରୁ ସୁଖଦ ସମାଚାର ମିଳିପାରେ।

କନ୍ୟା:ଆଜି ଆପଣଙ୍କୁ କ୍ୟାରିୟରରେ ଉନ୍ନତି ପାଇଁ ଉତ୍ତମ ଅବସର ପ୍ରାପ୍ତ ହେବ। ଆଜି ଆପଣ ଶାରୀରିକ ଓ ମାନସିକ ରୂପରେ ସୁସ୍ଥ ରହିବେ। ସାମାଜିକ କ୍ଷେତ୍ରରେ କାର୍ଯ୍ୟରତ ଥିବା ଲୋକେ ପ୍ରଶଂସିତ ହେବେ।

ତୁଳା:ଆଜି ଆପଣଙ୍କୁ ଜୀବନସାଥୀଙ୍କ ତରଫରୁ ଉପହାର ମିଳିପାରେ। ସମାଜରେ ଆପଣଙ୍କର ମାନସମ୍ମାନ ବୃଦ୍ଧି ହେବ। ଆପଣଙ୍କୁ ବ୍ୟାପାର କ୍ଷେତ୍ରରେ ନୂତନ ଅବସର ପ୍ରାପ୍ତ ହେବ। ନୂଆ ବ୍ୟବସାୟ ଆରମ୍ଭ କରିବା ପୂର୍ବରୁ କୌଣସି ଅନୁଭବୀଙ୍କ ପରାମର୍ଶ ନିଅନ୍ତୁ।

ବିଛା:ଆଜି ଆପଣଙ୍କୁ ସବୁ କ୍ଷେତ୍ରରେ ଜୀବନସାଥୀ ସହଯୋଗ କରିବେ। ସରକାରୀ ଯୋଜନାର ସମ୍ପୂର୍ଣ୍ଣ ଲାଭ ଉଠାନ୍ତୁ। ଆପଣଙ୍କୁ କୌଣସି ପ୍ରଭାବଶାଳୀ ଲୋକଙ୍କର ସହଯୋଗ ପ୍ରାପ୍ତ ହୋଇପାରେ।

ଧନୁ:ପାରିବାରିକ ଜୀବନ ସୁଖମୟ ରହିବ। ଆପଣଙ୍କ ବାଣୀରେ ମଧୁରତା ଆସିବ। ପରିବାରରେ ବାଦବିବାଦ ଦୂର ହୋଇଯିବ। ପିତାମାତା ସୋନଙ୍କୁ ସବୁ କ୍ଷେତ୍ରରେ ସହଯୋଗ କରିବେ। ଆଜି ଆପଣ ଉଧାର ଦେଇଥିବା ଟଙ୍କା ଫେରସ୍ତ ପାଇବେ।

ମକର:ଆଜି ଆପଣଙ୍କୁ ସାମାଜିକ ଓ ରଚନାତ୍ମକ କାର୍ଯ୍ୟରେ ଆଶାନୁରୂପ ସଫଳତା ମିଳିବ। ସେୟାର ମାର୍କେଟରେ ନିବେଶ କରି ଆପଣ ଲାଭବାନ ହେବେ। କାର୍ଯ୍ୟକ୍ଷେତ୍ରରେ ବରିଷ୍ଠ ଅଧିକାରୀ ଆପଣଙ୍କ କାର୍ଯ୍ୟ ଦେଖି ପ୍ରସନ୍ନ ରହିବେ।

କୁମ୍ଭ:ଆପଣଙ୍କର ଅଟକି ରହିଥିବା ଟଙ୍କା ଉଚିତ ସମୟରେ ଆପଣ ଫେରସ୍ତ ପାଇବେ।ବ୍ୟବସାୟିକ ମାମଲାରେ ଆପଣ ବିଦେଶ ଯାତ୍ରା କରି ପାରନ୍ତି। କୌଣସି କଠିନ ନିଷ୍ପତ୍ତି ନେବା ପୂର୍ବରୁ ପିତାମାତାଙ୍କ ସହିତ ଆଲୋଚନା କରନ୍ତୁ।

ମୀନ:ଆଜି ଆପଣ ଅଧିକ ବ୍ୟସ୍ତ ରହିବେ। ଘରର ଆର୍ଥିକ ପରିସ୍ଥିତି ସୁଦୃଢ ରହିବ। ବିବାହିତ ଲୋକଙ୍କୁ ସନ୍ତାନ ସୁଖ ପ୍ରାପ୍ତି ହେବ।ଅଚାନକ ଧନ ପ୍ରାପ୍ତି ହେବାର ସମ୍ଭାବନା ରହିଛି। ଆପଣଙ୍କର ସମସ୍ତ ମନସ୍କାମନା ପୂରଣ ହେବ।