ରାଜ୍ୟକୁ ପୁଣି ଫେରିଲା ଶୀତ

ଭୁବନେଶ୍ୱର, ୧୯/୧୨: ରାଜ୍ୟକୁ ପୁୁଣି ଫେରିଲା ଶୀତ। ଆଜି ୧୦ଟି ସହରର ତାପମାତ୍ରା ୧୩ ଡିଗ୍ରୀ ତଳେ ରହିଛି। ୮.୨ ଡିଗ୍ରୀ ସହ ଝାରସୁଗୁଡ଼ା ଶୀତଳ ସହର। ସେହିପରି ଫୁଲବାଣୀରେ ୯.୫, ଅନୁଗୁଳ ଓ ଦାରିଙ୍ଗବାଡ଼ି ୧୦ ଡିଗ୍ରୀ,ବାରିପଦା ୧୦.୫, କୋରାପୁଟ ୧୧, କେନ୍ଦୁଝର ୧୧.୭ ଡିଗ୍ରୀ, ସୁନ୍ଦରଗଡ଼ ୧୨, ବଲାଙ୍ଗିର ୧୨.୪ ଓ ବୌଦ୍ଧ ୧୨.୫ ଡିଗ୍ରୀ, କଟକ ୧୩.୮ ଓ ଭୁବନେଶ୍ବର ୧୬.୫ ଡିଗ୍ରୀ ରେକର୍ଡ ରହିଛି।