ପୃଥିବୀ ଆଡକୁ ମାଡି ଆସୁଥିବା ବିପଦର ଗତିପଥ ବଦଳାଇଲା ନାସା

ନୂଆଦିଲ୍ଲୀ, ୧୩/୧୦: ପୃଥିବୀ ଆଡକୁ ମାଡି ଆସୁଥିବା ବିପଦରୁ ମିଳିଲା ମୁକ୍ତି। ସଫଳ ହେଲା ନାସାର ଐତିହାସିକ ମିଶନ ଡାର୍ଟ  । ପୃଥବୀ ଆଡକୁ ମାଡିଆସୁଥିବା ଏକ ଗ୍ରହାଣୁର ଗତିପଥରକୁ ବଦଳାଇବାରେ ଏହି ମିଶନ ସକ୍ଷମ ହୋଇଛି। ନାସା ପକ୍ଷରୁ ଏହି ମିଶନ ପାଇଁ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇଥିଲା । ପ୍ରଥମ ଥର ପାଇଁ ନାସା ପକ୍ଷରୁ ମହାଜାଗତିକ ବସ୍ତୁର ଗତିପଥକୁ ବଦଳାଇ ଦିଆଯାଇଛି । ସାରା ବିଶ୍ୱକୁ ରକ୍ଷା କରିବା ଆମ ସମସ୍ତଙ୍କ ଦାୟିତ୍ୱ । ତେଣୁ ପୃଥିବୀ ପ୍ରତି ଯେତେବେଳେ ବିପଦ ଦେଖା ଦେଇଛି ସେତେବେଳେ ଏହା ସମାଧାନ କରିବା ସମସ୍ତଙ୍କ ଦାୟିତ୍ୱ ବୋଲି ନାସା ପକ୍ଷରୁ କୁହାଯାଇଛି ।

ସୂଚନା ଯୋଗ୍ୟ ଯେ ପୃଥବୀ ଆଡକୁ ଆସୁଥିବା ଉଲକାପିଣ୍ଡର ଦିଗ ବଦଳାଇବା ପାଇଁ ଦୁଇ ସପ୍ତାହ ପୂର୍ବେ ନାସା ତାର ପରୀକ୍ଷଣ ଆରମ୍ଭ କରିଥିଲା । ଆଉ ଏହାକୁ ନାସା ପକ୍ଷରୁ ଡାର୍ଟ ମିଶନ ନାଁ ଦିଆଯାଇଥିଲା ।