ବାତ୍ୟା ନେଇ ଗୁଜବ ଠାରୁ ଦୂରେଇ ରହିବାକୁ ପରାମର୍ଶ

ଭୁବନେଶ୍ୱର,୧୨/୧୦: ବାତ୍ୟା ନେଇ ଗୁଜବଠାରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି। ଏନେଇ ଟ୍ୱିଟ କରି ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ବାତ୍ୟା ନେଇ ଭାରତୀୟ ପାଣିପାଗ ବିଭାଗ କୌଣସି ପୂର୍ବାନୁମାନ କରିନଥିବା ଟ୍ୱିଟ କରି ସୂଚନା ଜାରି କରିଛି । ବାତ୍ୟା ନେଇ ୭ଦିନ ଆଗରୁ ଆକଳନ କରିବା ବିଜ୍ଞାନ ସମ୍ମତ ନୁହେଁ ବୋଲି ଟୁଇଟ ମାଧ୍ୟମରେ କୁହାଯାଇଛି। ଯଦିଓ ଭାରତୀୟ ପାଣିପାଗ ବିଭାଗ ବତ୍ୟା ଆଶଙ୍କାକୁ ଗୁଜବ ବୋଲି କହିଛି, କିନ୍ତୁ ଅକ୍ଟୋବର ୨୫ ତାରିଖ ସୁଦ୍ଧା ବଙ୍ଗୋପସାଗରେ ମହାବାତ୍ୟା ସୃଷ୍ଟି ହେବାର ସମ୍ଭାବନା ଥିବା କହିଛି ଆମେରିକାର ଜିଏଫଏସ ମଡେଲ ।