ୟୁକ୍ରେନ୍‌କୁ ଆମେରିକା ଆଡଭାନ୍ସ ଏୟାର ଡିଫେନ୍ସ ସିଷ୍ଟମ୍ ଯୋଗାଇବ ବୋଲି ବାଇଡେନଙ୍କ ପ୍ରତିଶ୍ରୁତି

ନୂଆଦିଲ୍ଲୀ,୧୧/୧୦: ମିଶାଇଲ୍ ମାଡ଼ରେ ଧ୍ୱଂସ ବିଧ୍ୱଂସ ୟୁକ୍ରେନ୍‌ର ରାଜଧାନୀ କିଭ୍ । ମାତ୍ର ଦୁଇ ଦିନରେ ୟୁକ୍ରେନ୍ ଉପରେ ୮୪ଟି ଶକ୍ତିଶାଳୀ ମିଶାଇଲରେ ଆକ୍ରମଣ କରିଛି ଋଷ । ଆଉ ଏହାରି ଭିତରେ ପୁଣି ଥରେ ଖୋଲା ସମର୍ଥନ ଦେଇଛନ୍ତି ଆମେରିକା ର ରାଷ୍ଟ୍ରପତି ଜୋ ବାଇଡେନ୍ । ଗତକାଲି ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କି ଓ ବାଇଡେନ୍ ଟେଲିଫୋନିକ ଆଲୋଚନା କରିଥିଲେ । ୟୁକ୍ରେନ୍‌କୁ ଆମେରିକା ଆଡଭାନ୍ସ ଏୟାର ଡିଫେନ୍ସ ସିଷ୍ଟମ୍ ଯୋଗାଇବ ବୋଲି ବାଇଡେନ୍ ପ୍ରତିଶ୍ରୁତି ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ ଗତ ଦୁଇ ଦିନ ମଧ୍ୟରେ ୟୁକ୍ରେନ୍ ଉପରେ ମିଶାଇଲ୍ ମାଡ଼ ପରେ ମୃତ୍ୟୁ ସଂଖ୍ୟା ୧୪କୁ ବୃଦ୍ଧି ପାଇବା ସହ ପ୍ରାୟ ଶହେ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି ।ୟୁକ୍ରେନ ଯୁଦ୍ଧ ଆରମ୍ଭ ପରେ ଗତ ଜୁନ୍ ୨୬ ତାରିଖରେ ଶେଷ ଥର ଲାଗି କିଭ୍ ଉପରେ ଆକ୍ରମଣ କରିଥିଲା ଋଷିଆ । ମାତ୍ର ଗତ ଶନିବାର ମସ୍କୋ ଅଧିକୃତ କ୍ରିମିଆଙ୍କୁ ସଂଯୋଗ କରୁଥିବା କର୍ଚ୍ଚ ରେଳ ଓ ରୋଡ୍ ବ୍ରିଜ୍‌କୁ ଟ୍ରକ୍ ବୋମା ବିସ୍ଫୋରଣରେ ଉଡାଇ ଦିଆଯିବା ପରେ କ୍ଷୁବ୍ଧ ହୋଇଛନ୍ତି ପୁତିନ୍ ।