ୟୁକ୍ରେନ୍ ଉପରେ ଘନଘନ ମିସାଇଲ ଆକ୍ରମଣ, ୫ରୁ ଅଧିକ ମୃତ

ନୂଆଦିଲ୍ଲୀ,୧୦/୧୦:ଘନଉଛି ରୁଷ ଓ ୟୁକ୍ରେନ୍ ଯୁଦ୍ଧ । କ୍ରିମିଆ ବ୍ରିଜ୍ ବିସ୍ଫୋରଣ ପରେ ପ୍ରତିଶୋଧ ପରାୟଣ ହୋଇପଡ଼ିଛି ରୁଷ । ୟୁକ୍ରେନର କିଭ ଉପରେ ଘନଘନ ଆକ୍ରମଣ କରିଛି ରୁଷ । ଏମିତିକି ରାସ୍ତା ଉପରେ ମଧ୍ୟ ରୁଷ ମିସାଇଲ୍ ମାଡ କରିଛି । ଯାହାଫଳରେ ରାସ୍ତାରେ ଯାଉଥିବା କିଛି ଗାଡି ଜଳୁଥିବାର ଚିତ୍ର ସାମନାକୁ ଆସିଛି । ତେବେ ଆକ୍ରମଣ ପରେ କେବଳ କିଭରେ ୫ ୟୁକ୍ରେନ୍ ନାଗରିକଙ୍କ ଜୀବନ ଯାଇଥିବାବେଳେ ୧୨ ଜଣ ଆହତ ହେଇଥିବା ନେଇ ୟୁକ୍ରେନ ତରଫରୁ କୁହାଯାଇଛି । ବଡ଼ କଥା ହେଉଛି ଗତ ୨୪ ଘଣ୍ଟା ଭିତରେ ରୁଷ୍ ୭୫ ମିଜାଇଲ ଆକ୍ରମଣ କରିଛି । ବିଶେଷକରି କିଭ, ଲେଭିଭ, ଦିନପ୍ରୋ ଅଧିକ କ୍ଷତିଗ୍ରସ୍ତ ହୋଇଛି ।

ଅନ୍ୟପଟେ ୟୁକ୍ରେନ ସେନା ତରଫରୁ ଉଦ୍ଧାର କାର୍ଯ୍ୟ ଜାରିରହିଛି । ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ସହ ଜଳୁଥିବା ଗାଡି ଓ ଅଟ୍ଟାଳିକାର ନିଆଁକୁ ଆୟତ୍ତ କରାଯାଇଛି ।