ଆରପାରିରେ ମୁଲାୟମ ସିଂ ଯାଦବ

ନୂଆଦିଲ୍ଲୀ,୧୦/୧୦: ସମାଜବାଦୀ ପାର୍ଟି ସଂସ୍ଥାପକ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବଙ୍କ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା।  ଗୁରୁଗ୍ରାମ ଏକ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ମୁଲାୟମ ସିଂ କିଛି ଦିନ ହେବ  ଶାରୀରିକ ଅସୁସ୍ଥତା ଦେଇ ଗତି କରୁଥିଲେ । ୟୁରିନ୍ ସଙ୍କ୍ରମଣ ସାଙ୍ଗକୁ ବ୍ଲଡ ପ୍ରେସର, ଓ ଶ୍ୱାସ ଜନିତ ସମସ୍ୟାରେ ପୀଡିତ ଥିଲେ । ତେଣୁ ତାଙ୍କୁ ଆକ୍ଟୋବର ୨ ତାରିଖରୁ ଲାଇଫ୍ ସପୋର୍ଟରେ ରଖାଯାଇଥିଲା ।