ଆଜି କୁମାରପୂର୍ଣ୍ଣିମାରେ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି

ପୁରୀ,୦୯/୧୦: ଆଜି ହେଉଛି କୁମାରପୂର୍ଣ୍ଣିମା ତଥା ଚାନ୍ଦପୂଜା। ବିଭିନ୍ନ ପୂଜା ପର୍ବରେ ମହାପ୍ରଭୁଙ୍କ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ହୋଇଥାଏ। ସେହିପରି ଆଜି ଶ୍ରୀମନ୍ଦିରରେ କୁମାରପୂର୍ଣ୍ଣିମା ଉପଲକ୍ଷେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବ । ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ଶେଷ ହେବା ପରେ ଶ୍ରୀଦେବୀ ଓ ଭୂଦେବୀଙ୍କୁ ଖଟଶେଷ ଘରେ ବିଜେ କରାଯିବ । ଏହା ପରେ ଆଜ୍ଞାମାଳ ପାଇ ସୁଦର୍ଶନ ବିଜେ ହୋଇ ଚଉଦୋଳରେ ଶ୍ରୀକ୍ଷେତ୍ରରେ ଥିବା ଚାରି ଆଶ୍ରମକୁ ବିଜେ କରିବା ପରେ ସେଠାରେ ପନ୍ତଭୋଗ ଓ ବନ୍ଦାପନ ନୀତି କରାଯିବ ।