ଟ୍ରକ୍‌କୁ ଧକ୍କା ଦେଇ ହୁତୁହୁତୁ ହେଇ ଜଳିଲା ବସ୍‌, ୧୧ ମୃତ

ଭୁବନେଶ୍ୱର, ୮/୧୦: ଆଜି ସକାଳୁ ସକାଳୁ ଅଘଟଣ ଘଟିଛି। ଟ୍ରକ୍‌କୁ ଧକ୍କା ଦେଇ ଜଳିଗଲା ବସ୍‌। ଫଳରେ ନିଆଁରେ ପୋଡ଼ି ହୋଇ ୧୧ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩୮ ଜଣ ଆହତ ହୋଇଛନ୍ତି। ଆଜି ଭୋର ସମୟରେ ମହାରାଷ୍ଟ୍ରର ନାସିକରେ ଏକ ଯାତ୍ରୀବାହୀ ବସ୍‌ ଜଳିଯାଇଛି। ମୃତକଙ୍କ ମଧ୍ୟରେ ଜଣେ ଶିଶୁ ଅଛନ୍ତି। ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଟ୍ରକ୍‌ଟି ନାସିକରୁ ପୁଣେ ଯାଉଥିଲା ବୋଲି ଜଣାପଡ଼ିଛି। ପ୍ରକୃତରେ କେଉଁ କାରଣ ପାଇଁ ନିଆଁ ଲାଗିଲା, ସେନେଇ ତଦନ୍ତ କରାଯିବ ବୋଲି ପୋଲିସ୍‌ ସୂଚନା ଦେଇଛି। ଅନ୍ୟପଟେ ମର୍ମନ୍ତୁଦ ଦୁର୍ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ଦୁଃଖ ପ୍ରକାଶ କରିଛନ୍ତି। ଏହାସହ ପ୍ରତ୍ୟେକ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।