ଆସନ୍ତା ୨୩ରୁ ଖୋଲିବ ପୁରୀ ଶ୍ରୀମନ୍ଦିର

ପୁରୀ, ୧୮/୧୨: ରାଜ୍ୟରେ ମହାମାରି କରୋନା ଯୋଗୁ ସବୁ ଧର୍ମାନୁଷ୍ଠାନ ବନ୍ଦ ରହିଥିଲା। କିନ୍ତୁ ଏବେ ରାଜ୍ୟରେ ଧୀରେ ଧୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମିବାରେ ଲାଗିଛି। ଏହାରିମଧ୍ୟରେ ଆସନ୍ତା ୨୩ରୁ ପୁରୀ ଶ୍ରୀମନ୍ଦିର ଖୋଲିବା ନେଇ ନିଷ୍ପତ୍ତି ନିଆଯାଇଛି। ଶ୍ରୀମନ୍ଦିର ସହ ପୁରୀ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ ଖୋଲିବ । କୋଭିଡ୍ କଟକଣା ମାନି ଶ୍ରଦ୍ଧାଳୁ ଦର୍ଶନ କରିବେ ବୋଲି ସୂଚନା ମିିଳିଛି।