ଓସିଏସ୍ ପରୀକ୍ଷା ରେଜଲ୍ଟ ପ୍ରକାଶିତ

ଭୁବନେଶ୍ୱର,୭/୧୦: ଓଡ଼ିଶା ଲୋକସେବା ଆୟୋଗ ପରିଚାଳିତ ଓଡ଼ିଶା ସିଭିଲ୍ ସର୍ଭିସ୍ ବା ଓସିଏସ୍ ପରୀକ୍ଷାର ରେଜଲ୍ଟ ପ୍ରକାଶ ପାଇଛି। ଏଥର ମୋଟ୍ ୩୯୨ ଜଣ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ସେ ଭିତରୁ ୧୪୮ ଜଣ ହେଉଛନ୍ତି ମହିଳା । ତେଜସ୍ୱିନୀ ବେହେରା ଓଏଏସ୍ ଟପ୍ପର ହୋଇଛନ୍ତି। ଶୁଭଙ୍କରୀ ସୁଦେଷ୍ଣା ଦାଶ ଦ୍ୱିତୀୟ ସ୍ଥାନରେ ଥିଲା ବେଳେ ଅନନ୍ୟା ସୃଷ୍ଟି ଶତପଥୀ ତୃତୀୟ ସ୍ଥାନ ଅକ୍ତିଆର କରିଛନ୍ତି ।ତାଙ୍କ ତଳକୁ ଚତୁର୍ଥ ସ୍ଥାନରେ ଦେବବ୍ରତ କର, ୫ମରେ ଦେବବ୍ରତ ମହାରାଣା, ଷଷ୍ଠରେ ଅଭିସ୍ମିତା ତିଓ୍ୱାରୀ, ସପ୍ତମରେ ଶୁଭଶ୍ରୀ ରଥ, ଅଷ୍ଟମରେ ଶ୍ରୀତପା ମିଶ୍ର , ନବମରେ ବିବେକାନନ୍ଦ ଷଡ଼ଙ୍ଗୀ ଓ ତପତି ରାଜଙ୍କୁ ମିଳିଛି ଦଶମ ସ୍ଥାନ ।