୨୦୨୨ ପାଇଁ ନୋବେଲ ଶାନ୍ତି ପୁରସ୍କାର ଘୋଷଣା

ନୂଆଦିଲ୍ଲୀ,୭/୧୦: ଆଜି ୨୦୨୨ ପାଇଁ ନୋବେଲ ଶାନ୍ତି ପୁରସ୍କାର ଘୋଷଣା କରାଯାଇଛି  ନାଁ। ଜଣେ ବ୍ୟକ୍ତି ଓ ଦୁଇ ସଂଗଠନକୁ ମିଳିତ ଭାବେ ନୋବେଲ ଶାନ୍ତି ପୁରସ୍କାର ଦିଆଯିବ। ବେଲାରୁଷର ମାନବାଧିକାର କର୍ମୀ ଆଲେସ୍ ବାଲିଆସ୍କିଙ୍କୁ ଶାନ୍ତି ପାଇଁ ନୋବେଲ ପୁରସ୍କାର ମିଳିବ। ଏଥି ସହିତ ରୁଷର ମାନବାଧିକାର ସଂଗଠନ ମେମୋରିଆଲ ଏବଂ ୟୁକ୍ରେନ୍ ମାନବାଧିକାର ସଂଗଠନ ସେଣ୍ଟର ଫର୍ ସିଭିଲ ଲିବର୍ଟିଜକୁ ମଧ୍ୟ ନୋବେଲ ଶାନ୍ତି ପୁରସ୍କାର ମିଳିବ।