ଆନି ଏର୍ନକ୍ସଙ୍କୁ ସାହିତ୍ୟ ପାଇଁ ମିଳିବ ନୋବେଲ ପୁରସ୍କାର

ନୂଆଦିଲ୍ଲୀ,୬/୧୦: ସାହିତ୍ୟ ପାଇଁ ଘୋଷଣା ହୋଇଛି ସମ୍ମାନଜନକ ନୋବେଲ ପୁରସ୍କାର । ଫ୍ରାନ୍ସର ଲେଖିକା ଆନି ଏର୍ନକ୍ସଙ୍କୁ ସାହିତ୍ୟ ପାଇଁ ନୋବେଲ ପୁରସ୍କାର ପ୍ରଦାନ କରାଯିବ । ସ୍ୱିଡୀଶ ରାଜଧାନୀ ଷ୍ଟକହୋମରେ ଆୟୋଜିତ କାର୍ଯ୍ୟକ୍ରମରେ ଏହି ଘୋଷଣା କରିଛି ନୋବେଲ ପୁରସ୍କାର କମିଟି । ଆନିଙ୍କୁ ତାଙ୍କ ବହି କରେଜ ଆଣ୍ଡ କ୍ଲିନିକାଲ ଆକ୍ୟୁଟି ପାଇଁ ନୋବେଲ ପୁରସ୍କାର ଦିଆଯିବ । ଆନ୍ନିଙ୍କ ଏହି ବହିରେ ବ୍ୟକ୍ତିଗତ ସ୍ମୃତିର ମୂଳ, ପ୍ରଣାଳୀ ଓ ସାମୂହିକ ପ୍ରତିବନ୍ଧକକୁ ଉଜାଗର କରାଯାଇଛି । ଏର୍ନକ୍ସ ଫ୍ରେଞ୍ଚ ସମେତ ଇଂରାଜୀରେ ଅନେକ ଉପନ୍ୟାସ, ନାଟକ ଲେଖିଛନ୍ତି ।