ଉତ୍ତରଖଣ୍ଡରେ ହିମସ୍ଖଳନ, ମୃତ୍ୟୁ ସଂଖ୍ୟା ୨୦କୁ ବୃଦ୍ଧି

ନୂଆଦିଲ୍ଲୀ,୪/୧୦: ଉତ୍ତରଖଣ୍ଡରେ ଅଘଟଣ। ସେଠାରେ ହିମସ୍ଖଳନରେ ୨୮ ପର୍ବତାରୋହୀ ବରଫ ତଳେ ଫସି ଯାଇଥିଲେ। ଉତ୍ତରାଖଣ୍ଡର ଉତ୍ତରକାଶୀ ଅଞ୍ଚଳର ଦାଣ୍ଡା-୨ ପର୍ବତର ଦ୍ରୌପଦୀ ଗିରିଶୃଙ୍ଗରେ ହିମସ୍ଖଳନ ହେବା ଯୋଗୁଁ ପ୍ରାୟ ୨୮ ଜଣ ଟ୍ରେନି ପର୍ବତାରୋହୀ ଫସି ଯାଇଥିଲେ ।  ଏବେ ସୁଦ୍ଧା ୮ଜଣଙ୍କୁ ଉଦ୍ଧାରା କରାଯାଇଛି । ଅନ୍ୟ ଆଉ ୨୦ ଜଣଙ୍କର ମୃତ୍ୟୁ ଘଟିଥିବା ନେଇ ସୂଚନା ରହିଛି ।