ସ୍ୱିଡେନର ସ୍ୱାନ୍ତେ ପାବୋଙ୍କୁ ଚିକିତ୍ସା କ୍ଷେତ୍ରରେ ମିଳିଲା ନୋବେଲ ପୁରସ୍କାର

ନୂଆଦିଲ୍ଲୀ,୩/୧୦: ସ୍ୱିଡେନର ସ୍ୱାନ୍ତେ ପାବୋଙ୍କୁ ଚିକିତ୍ସା କ୍ଷେତ୍ରରେ ନୋବେଲ ପୁରସ୍କାର ମିଳିଛି । ସେ ମାନବଙ୍କ କ୍ରମିକ ବିକାଶ ଉପରେ ଗବେଷଣା କରି ଏହି ସମ୍ମାନ ପାଇବାକୁ ଯାଉଛନ୍ତି ।

ନୋବେଲ କମିଟିର ସଚିବ ଥୋମାସ ପର୍ଲମ୍ୟାନ ଷ୍ଟକହୋମ, ସ୍ୱିଡେନର କ୍ୟାରେଲିନସ୍କୋ ଇନଷ୍ଟିଚ୍ୟୁଟରେ ବିଜେତାଙ୍କ ନାମ ଘୋଷଣା କରିଛନ୍ତି । ଆସନ୍ତାକାଲି  ଭୌତିକ ବିଜ୍ଞାନ ଏବଂ ବୁଧବାର ରସାୟନ  ବିଜ୍ଞାନ ଏବଂ ଗୁରୁବାର ସାହିତ୍ୟ କ୍ଷେତ୍ର ପାଇଁ ନୋବେଲ ପୁରସ୍କାର ଘୋଷଣା କରାଯିବ ।