ଦେଶରେ ଆରମ୍ଭ ହେଲା ୫ଜି ସେବା

ନୂଆଦିଲ୍ଲୀ,୧/୧୦: ଆଜିଠୁ ସାରା ଦେଶରେ ଆରମ୍ଭ ହୋଇଛି ୫ଜି ସେବା। ଏଥିସହ ଗ୍ରାହକଙ୍କୁ ଆଜିଠାରୁ ଅତ୍ୟାଧୁନିକ ମୋବାଇଲ ସେବା ମିଳିବ। ନୂଆଦିଲ୍ଲୀର ପ୍ରଗତି ମୈଦାନରେ ଆୟୋଜିତ ଇଣ୍ଡିଆ ମୋବାଇଲ କଂଗ୍ରେସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଶୁଭ ଉଦଘାଟନ କରିଛନ୍ତି। ଜିଓ କମ୍ପାନୀର ସିଇଓ ତଥା ମାଲିକ ମୁକେଶ ଅମ୍ବାନୀ ଓ ତାଙ୍କ ପୁଅ ଆକାଶ ଅମ୍ବାନୀ ଉପସ୍ଥିତ ରହି ତାଙ୍କୁ ୫-ଜି ତଥ୍ୟ ଦେଇଥିଲେ । ଆଜି ପୂର୍ବାହ୍ନ ୧୦ଟାରେ ନୂଆଦିଲ୍ଲୀର ପ୍ରଗତି ମୈଦାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୬ଷ୍ଠ ‘ଇଣ୍ଡିଆ ମୋବାଇଲ୍‌ କଂଗ୍ରେସ’ (ଆଇଏମ୍‌ସି) ଉଦ୍‌ଘାଟନ କରିବା ଅବସରରେ ଭାରତରେ ‘୫ଜି’ ମୋବାଇଲ୍‌ ସେବାର ଶୁଭାରମ୍ଭ କରିଛନ୍ତି। ଅକ୍ଟୋବର ୨୫ ତାରିଖରେ ଦେଶର ୪ଟି ମେଟ୍ରୋ ସହରରେ ‘ରିଲାଏନ୍‌ସ୍‌ ଜିଓ’ ଏହି ସେବା ଉପଲବ୍ଧ କରାଇବ। କିନ୍ତୁ, ଆଗାମୀ ଦୁଇ ବର୍ଷ ମଧ୍ୟରେ ‘୫ଜି’ ସେବା ସମଗ୍ର ଦେଶରେ ଉପଲବ୍ଧ ହେବ ବୋଲି ଆଶା କରାଯାଉଛି।