ଭାରତରେ ବ୍ୟାନ ହେଲା ପାକିସ୍ତାନ ଟ୍ୱିଟର ଆକାଉଣ୍ଟ

ନୂଆଦିଲ୍ଲୀ,୧/୧୦: ପାକିସ୍ତାନ ବିରୋଧରେ ଭାରତର ବଡ ପଦକ୍ଷେପ ଗ୍ରହଣ କରିଛି। ପାକିସ୍ତାନ ସରକାରଙ୍କ ଟ୍ୱିଟର ଆକାଉଣ୍ଟ ବ୍ୟାନ କରିଛି ଭାରତ। ଭାରତରେ ବ୍ୟାନ ହେଲା ପାକିସ୍ତାନ ଟ୍ୱିଟର ଆକାଉଣ୍ଟ । କୁହାଯାଉଛି କି ଦେଶ ବିରୋଧୀ ଗତିବିଧି ପାଇଁ କେନ୍ଦ୍ର ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି । କିଛି ସଂଗଠନ ଭାରତରେ ରହି ଆତଙ୍କୀ ଗତିବିଧିକୁ ସଫଳ କରାଉଥିବା ଅଭିଯୋଗ ପରେ ଏଭଳି ଏକ ବଡ ପଦକ୍ଷେପ ନେଇଛନ୍ତି ସରକାର ।