ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ହେଲେେ ଜଷ୍ଟିସ ଯଶୱନ୍ତ ସିଂହ

ଭୁବନେଶ୍ୱର,୩୦/୯: ଓଡିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ହେଲେେ ଜଷ୍ଟିସ ଯଶୱନ୍ତ ସିଂହ । ମୁଖ୍ୟ ବିଚାରପତି ନିଯୁକ୍ତି ନେଇ ସୁପ୍ରିମକୋର୍ଟ କଲେଜିୟମ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି । ଜଷ୍ଟିସ ସିଂହ ଓଡ଼ିଶା ହାଇକୋର୍ଟର ବରିଷ୍ଠ ବିଚାରପତି ଥିବାବେଳେ ଏବେ ହାଇକୋଟ ମୁଖ୍ୟ ବିଚାରପତି ହୋଇଛନ୍ତି।

ଜଷ୍ଟିସ ଯଶୱନ୍ତ ସିଂହ ୧୯୬୧ ମସିହା ଫେବ୍ରୁଆରୀ ୨୩ରେ ରୋହତକରେ ଜନ୍ମ ଗ୍ରହଣ କରିଥିଲେ । ୧୯୮୦ରେ ସ୍ନାତକ ପଢ଼ା ସାରି ମହର୍ଷି ଦୟାନନ୍ଦ ବିଶ୍ୱବିଦ୍ୟାଳୟରୁ ଆଇନ ଏବଂ ଏମ୍‌ବିଏରେ ଡିଗ୍ରୀ ହାସଲ୍ କରିଥିଲେ । ୧୯୮୬ରେ ସିର୍ସା ଜିଲ୍ଲା ଅଦାଲତରେ ଓକିଲାତି ଆରମ୍ଭ କରିଥିଲେ । ସେ ୧୯୮୮ରେ ପଞ୍ଜାବ ଓ ହରିୟାଣା ହାଇକୋର୍ଟରେ ଓକିଲାତି କରିଥିଲେ।