ପୁଣି ଥରେ ରେପୋ ରେଟ ବଢାଇଲା RBI

ନୂଆଦିଲ୍ଲୀ,୩୦/୯: ପୁଣି ଥରେ ରେପୋ ରେଟ ବଢାଇଛି ଭାରତୀୟ ରିଜର୍ଭ ବ୍ୟାଙ୍କ ।  ୫.୪୦ ପ୍ରତିଶକରୁ ବୃଦ୍ଧି ହୋଇ ୫.୯୦ ପ୍ରତିଶତ ହୋଇଛି। ରେପୋ ରେଟ ବଢାଇବା ପରେ ସୁଧ ହାର ୫ ଦଶମିକ ୯ ପ୍ରତିଶତକୁ ବୃଦ୍ଧି ପାଇଛି । ପୂର୍ବରୁ ସୁଧ ହାର ୫ ଦଶମିକ ୪ ପ୍ରତିଶତ ଥିଲା ୫୦ ବିପିଏସ୍ ବଢିବା ପରେ ଏହା ୫ ଦଶମିକ ୯ ପ୍ରତିଶତ ଛୁଇଛି ।ମେ ମାସରୁ ଏପର୍ଯ୍ୟନ୍ତ ଲଗାତାର ୪ ଥର ରେପୋ ରେଟ ବଢିଲାଣି । ଗତ ମେ ମାସରେ ୪୦ ବିପିଏସ୍ ରେପୋ ରେଟ ବଢାଇଥିଲା । ତେବେ ରେପୋ ରେଟ ବଢିବା ପରେ ପୁଣି ଇଏମଆଇ ହାର ବଢିବ ବୋଲି କୁହାଯାଉଛି ।