ଆସନ୍ତା ୩ ତାରିଖରୁ ପ୍ରବଳ ବର୍ଷା ସମ୍ଭାବନା!

ଭୁବନେଶ୍ୱର,୨୯/୯:ଅଷ୍ଟମୀରେ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। ଏନେଇ ପାଣିପାଗ ବିଭାଗ ସତର୍କ କରାଇଛି । ପୂଜାରେ ସାରା ରାଜ୍ୟ ଭିଜିବା ନେଇ ଅନୁମାନ କରାଯାଉଥିବା ବେଳେ ଅକ୍ଟୋବର ୩ ତାରିଖରେ କନ୍ଧମାଳ, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, କଟକ, ଖୋର୍ଦ୍ଧା, ଜଗତସିଂହପୁର ଏବଂ ପୁରୀ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷାର ସମ୍ଭାବନା ରହିଛି । ଏନେଇ ଆଞ୍ଚଳିକ ପାଣିପାଗ ବିିଜ୍ଞାନ ବିଭାଗ  ସତର୍କ କରାଇଛି ।