ପରଲୋକରେ ଜୟନ୍ତୀ ପଟ୍ଟନାୟକ

ଭୁବନେଶ୍ୱର,୨୮/୯: ଆଉ ନାହାନ୍ତି ଜୟନ୍ତୀ ପଟ୍ଟନାୟକ । ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ପତ୍ନୀ ଜୟନ୍ତୀ ପଟ୍ଟନାୟକଙ୍କ ଦେହାନ୍ତ ଘଟିଛି । ତେବେ ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା । ସେ କଟକ ଓ ବ୍ରହ୍ମପୁରର ସାଂସଦ ଭାବେ କାର୍ଯ୍ୟ କରିଥିଲେ । ଖାଲି ସେତିକି ନୁହେଁ ଜାତୀୟ ମହିଳା କମିଶନରର ମଧ୍ୟ ସେ ପ୍ରଥମ ଅଧ୍ୟକ୍ଷା ରହିଥିଲେ ।

ଏକାଧାରରେ ଜଣେ ରାଜନେତ୍ରୀ, ସାହିତ୍ୟିକା, ଅନୁବାଦିକା, ସାହିତ୍ୟ ସଙ୍ଗଠିକା ସହ ଜଣେ ଭଲ ବକ୍ତା ଥିଲେ ଜୟନ୍ତୀ ପଟ୍ଟନାୟକ । ସେ ଓଡିଶାରୁ ଲୋକସଭାକୁ ନିର୍ବାଚିତ ପ୍ରଥମ ମହିଳା ସାଂସଦ ମଧ୍ୟ ଥିଲେ । ୧୯୮୧ ମସିହାରେ ସେ କଂଗ୍ରେସ ଟିକେଟରେ କଟକରୁ ନିର୍ବାଚିତ ହୋଇଥିଲେ ।