ଫାମିଲି କୋର୍ଟରେ ଉଭୟ ବର୍ଷା ଓ ଅନୁଭବଙ୍କ ଶେଷ ହେଲା କାଉନସେଲିଂ

ଭୁବନେଶ୍ୱର,୨୭/୯: ସାଂସଦ ଅନୁଭବ ଓ ପତ୍ନୀ ବର୍ଷା ପାରିବାରିକ ବିବାଦ ମାମଲା  ଦୀର୍ଘଦିନ ଧରି ଚାଲି ଆସୁଛି। ଏହାରି ମଧ୍ୟରେ ଫାମିଲି କୋର୍ଟରେ ଉଭୟ ବର୍ଷା ଓ ଅନୁଭବଙ୍କ ଶେଷ ହେଲା କାଉନସେଲିଂ । ମଧ୍ୟସ୍ଥତା ଚାହୁଁ ନାହାନ୍ତି ବୋଲି କୋର୍ଟକୁ ଜଣାଇଲେ ଅନୁଭବ । ଏହାସହ ତୁରନ୍ତ ଶୁଣାଣି ଶେଷ କରିବାକୁ ଅନୁଭବ ଆବେଦନ କରିଛନ୍ତି। କୋର୍ଟଙ୍କ ନିଷ୍ପତ୍ତିରେ ସହଯୋଗ କରିବେ ବୋଲି ଜଣାଇଛନ୍ତି ବର୍ଷା ।