ପୂଜାରେ ଭିଜିବ ସାରା ଓଡ଼ିଶା

ଭୁବନେଶ୍ୱର, ୨୭/୯: ଏଥର ପୂଜାରେ ଭିଜିବ ସାରା ଓଡ଼ିଶା। ଆସନ୍ତା ୧ ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ  ବଢ଼ିବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ତରଫରୁ ସୂଚନା ମିଳିଛି। ଏହି ସମୟରେ ଦୁର୍ଗା ପୂଜା ଆରମ୍ଭ ହେଉଥିବାରୁ ବର୍ଷା ଯୋଗୁ ପୂଜା ବଜାର ଫିକା ପଡ଼ିବା ଆଶଙ୍କା ରହିଛି।

ଆସନ୍ତା ୧ରୁ ରାଜ୍ୟରେ ବଢିବ ବର୍ଷା ।  କିଛି ଜିଲ୍ଲାରେ  ଆସନ୍ତା କାଲିଠୁ ୩୦ ତାରିଖ ପର୍ଯ୍ୟନ୍ତ ଘଡ଼ଘଡ଼ି, ବିଜୁଳି ସହ ବର୍ଷା ହେବାର ସମ୍ଭାବନା ରହିଛି। ଆଗାମୀ ୨୪ ଘଣ୍ଟାରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, କନ୍ଧମାଳ, କଳାହାଣ୍ଡି, କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼ ଏବଂ ଉପକୂଳବର୍ତ୍ତୀ ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ମାରିବାର ସମ୍ଭାବନା ରହିଛି।  ଏହାବାଦ  ୨୮ ଏବଂ ୨୯ ତାରିଖରେ ରାଜ୍ୟର କିଛି ଜିଲ୍ଲାରେ ବିଜୁଳି ଘଡଘଡି ସହ ପ୍ରବଳ ବର୍ଷା ସମ୍ଭାବନା ରହିଛି ।