ମନି ଲଣ୍ଡ୍ରିଂ ମାମଲା: ଅଭିନେତ୍ରୀ ଜାକଲିନଙ୍କୁ ଅନ୍ତରୀଣ ଜାମିନ୍

ନୂଆଦିଲ୍ଲୀ,୨୬/୯: ସୁକେଶ ଚନ୍ଦ୍ରଶେଖର ସହ ଜଡିତ ମନି ଲଣ୍ଡ୍ରିଂ ମାମଲାରେ ଅଭିନେତ୍ରୀ ଜାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ମିଳିଛି ଆଶ୍ୱସ୍ତି । ଜ୍ୟାକଲିନଙ୍କୁ ଅନ୍ତରୀଣ ଜାମିନ ଦେଇଛନ୍ତି କୋର୍ଟ । ୫୦, ୦୦୦ ଟଙ୍କା ମୁଚାଲିକାରେ ପଟିଆଲା ହାଉସ୍ କୋର୍ଟ ତାଙ୍କୁ ଏହି ଜାମିନ ଦେଇଛନ୍ତି ।ସୂଚନା ମୁତାବକ, ୨୦୦ କୋଟି ଟଙ୍କାର ମନି ଲଣ୍ଡ୍ରିଂ ମାମଲାରେ ସୁକେଶ ତିହାର ଜେଲ୍‌ରେ ଥିବା ବେଳେ ଜାକ୍‌ଲିନ୍‌ ତାଙ୍କଠାରୁ କୋଟି କୋଟି ଟଙ୍କା ମୂଲ୍ୟର ଉପହାର ଗ୍ରହଣ କରୁଥିଲେ ବୋଲି ଅଭିଯୋଗ ହୋଇଥିଲା।