ଭୁବନେଶ୍ୱରରେ ଆୟୋଜିତ ହେବ ଦୁଇ ଦୁଇଟି ବିଶ୍ୱକପ

ଭୁବନେଶ୍ୱର,୨୫/୯: ରାଜଧାନୀ ଭୁବନେଶ୍ୱରରେ ଆୟୋଜିତ ହେବ ଦୁଇ ଦୁଇଟି ବିଶ୍ୱକପ। ଦୀର୍ଘ ବର୍ଷ ପରେ ପୁଣି ନିଜ ରାଜ୍ୟରେ ବିଶ୍ୱସ୍ତରୀୟ ଖେଳର ମଜା ନେଵାର ସୁଯୋଗ ପାଇବେ ଓଡ଼ିଶାବାସୀ। ଏଥିପାଇଁ ଆରମ୍ଭ ହୋଇଯାଇଛି ଜୋରଦାର ପ୍ରସ୍ତୁତି। ନିର୍ଦ୍ଧାରିତ ସମୟ ପୂର୍ବରୁ ସମସ୍ତ କାର୍ଯ୍ୟ ଶେଷ କରିବାକୁ ଦିଆଯାଇଛି ନିର୍ଦ୍ଦେଶ।ଅକ୍ଟୋବର ୧୧ରେ ୧୭ବର୍ଷରୁ କମ ମହିଳା ଫିଫା ବିଶ୍ୱକପ ଫୁଟବଲ ପ୍ରତିଯୋଗିତା ଆରମ୍ଭ ହେବ। ଜାନୁଆରୀ ୧୮ ତାରିଖ ୨୦୨୩ ଦ୍ୱିତୀୟ ଥର ପାଇଁ ଓଡ଼ିଶାରେ ହେବାକୁ ଯାଉଛି ବିଶ୍ୱକପ ହକି। କ୍ରୀଡାକୁ ପ୍ରୋତ୍ସାହିତ କରୁଥିବା ଓଡିଶା ସରକାରଙ୍କ ପକ୍ଷରୁ ଏହାର ଆୟୋଜନ କରାଯାଉଛି।