ଆସନ୍ତା ମାସ ପହିଲାରୁ ଦେଶରେ ଆରମ୍ଭ ହେବାକୁ ଯାଉଛି ଫାଇଭ-ଜି ସେବା

ଭୁବନେଶ୍ୱର, ୨୫/୯: ଅକ୍ଟୋବର ୧ରୁ ଦେଶରେ ଆରମ୍ଭ ହେବାକୁ ଯାଉଛି ଫାଇଭ-ଜି ସେବା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅକ୍ଟୋବର ୧ ତାରିଖରେ ଏସିଆର ସର୍ବବୃହତ ଟେକ୍ନୋଲୋଜି ପ୍ରଦର୍ଶନୀ ଇଣ୍ଡିଆ ମୋବାଇଲ କଂଗ୍ରେସରେ ୫ଜି ସେବାର ଶୁଭାରମ୍ଭ କରିବେ । ସରକାରଙ୍କ ନ୍ୟାସନାଲ ବ୍ରଡବ୍ୟାଣ୍ଡ ମିଶନ ପକ୍ଷରୁ ଟ୍ୱିଟ୍ ମାଧ୍ୟମରେ ଏହି ସୂଚନା ଦିଆଯାଇଛି । ଟେଲିକମ ବିଭାଗ ଓ ସେଲୁଲାର ଅପରେଟର୍ସ ଆସୋସିଏସନ୍ ଅଫ୍ ଇଣ୍ଡିଆ ମିିଳିତ ଭାବେ ଏହାର ଆୟୋଜନ କରୁଛି ।
ପୂର୍ବରୁ ୧୩ଟି ସହରରେ ୫ଜି ସେବା ଆରମ୍ଭ ହେବା ବୋଲି କୁହାଯାଉଥିଲା । ତେବେ ସେଥିରେ ଭୁବନେଶ୍ୱର କିମ୍ବା ଓଡ଼ିଶାର ଅନ୍ୟ କୌଣସି ସହର ସ୍ଥାନ ପାଇନଥିଲା । କିନ୍ତୁ ପରେ ଯୋଗଯୋଗ, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଥିଲେ ଯେ ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାରେ ଏହି ସେବା ଉପଲବ୍ଧ ହେବ ।