ବନ୍ଦ ହେବ ରାଜ୍ୟର ଦୁଇଟି କୋଭିଡ୍‌ ହସ୍ପିଟାଲ

ଭୁବନେଶ୍ୱର, ୧୬/୧୨: ରାଜ୍ୟର ଦୁଇଟି କୋଭିଡ୍‌ ହସ୍ପିଟାଲ ବନ୍ଦ ହେବ। ୨୦ ତାରିଖରୁ  ଗଂଜାମର ଟାଟା କୋଭିଡ୍‌ ହସ୍ପିଟାଲ୍‌ ବନ୍ଦ ହେବାକୁ ଯାଉଥିବା ବେଳେ ୩୧ ତାରିଖରୁ ବନ୍ଦ ହେବ କଟକର ଅଶ୍ବିନୀ କୋଭିଡ୍‌ ହସ୍ପିଟାଲ । ୨ ଜିଲ୍ଲାରେ କୋଭିଡ୍‌ ରୋଗୀ କମୁଥିବାରୁ ହସ୍ପିଟାଲ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହାସହ ରୋଗୀ ଆଡ଼ମିଶନ ବନ୍ଦ ପାଇଁ ଟାଟା କୋଭିଡ୍‌ ହସ୍ପିଟାଲକୁ ନିର୍ଦ୍ଦେଶ ଦିିିଆଯାଇ ଥିବା ବେଳେ ୨୧ରୁ ରୋଗୀ ଆଡମିଶନ ବନ୍ଦ ପାଇଁ ଅଶ୍ବିନୀ ହସ୍ପିଟାଲକୁ ନିର୍ଦ୍ଦେଶ ଦିଆଯାଇଛି। କୋଭିଡ଼ ହସ୍ପିଟାଲ ବନ୍ଦ ନେଇ ଗଂଜାମ ଓ କଟକ ଜିଲ୍ଲାପାଳ ସୂଚନା ଦେଇଛନ୍ତି।