ଆରପାରିରେ ଲୋକପ୍ରିୟ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ

ନୂଆଦିଲ୍ଲୀ, ୨୧/୯: ଲୋକପ୍ରିୟ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କର ଆଜି ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୮ ବର୍ଷ ବୟସ ହୋଇଥିଲା। ଅଗଷ୍ଟ ୧୦ ରେ ହୃଦଘାତ ହେବା ପରେ ରାଜୁଙ୍କୁ AIIMS ରେ ଭର୍ତ୍ତି କରାଯାଇଥିଲା। ବ୍ୟାୟାମ କରୁଥିବା ସମୟରେ ଷ୍ଟାଣ୍ଡ ଅପ୍ ହାସ୍ୟ ଅଭିନେତା ହୃଦଘାତର ଶିକାର ହୋଇଥିଲା। ସେ ତାଙ୍କର ନିତ୍ୟ ବ୍ୟବହାର୍ଯ୍ୟ ବ୍ୟାୟାମ କରୁଥିଲେ ଓ ସେ ଟ୍ରେଡ଼ମିଲରେ ଥିବାବେଳେ ହଠାତ୍ ତଳେ ପଡିଯାଇଥିଲେ। ହୃଦଘାତରେ ପୀଡିତ ହୋଇ ତାଙ୍କୁ ତୁରନ୍ତ AIIMS ଡାକ୍ତରଖାନାକୁ ନିଆଯାଇଥିଲା। ରାଜୁ ଶ୍ରୀବାସ୍ତବଙ୍କ ସମ୍ପର୍କୀୟ ଏହା ପୂର୍ବରୁ ପିଟିଆଇକୁ କହିଥିଲେ। ରାଜୁ ଶ୍ରୀବାସ୍ତବ ଏକ ଷ୍ଟେଜ୍ ଶୋରୁ ନିଜ କ୍ୟାରିୟର୍ ଆରମ୍ଭ କରିଥିଲେ।