ବାୟୁସେନାରୁ ବିଦାୟ ନେବ ଲଢ଼ୁଆ ବିମାନ ମିଗ୍‌-୨୧

ନୂଆଦିଲ୍ଲୀ,୨୦/୯: ବାୟୁସେନାକୁ ବାଏ ବାଏ କହିବ ଲଢ଼ୁଆ ବିମାନ ମିଗ୍‌-୨୧। ଏଥିପାଇଁ ଆରମ୍ଭ ହେଲାଣି ପ୍ରସ୍ତୁତି। ଏହି ବିମାନ ବାୟୁସେନାର ୪ ସ୍କ୍ୱାଡର୍ନ ଭିତରୁ ଅନ୍ୟତମ। ସୂଚନା ମୁତାବକ , ଶ୍ରୀନଗରରେ ଥିବା ମିଗ୍-୨୧କୁ ସେପ୍ଟେମ୍ବର ଶେଷ ସୁଦ୍ଧା ଅବସର ଦିଆଯିବ। ବଳକା ୩ ସ୍କ୍ୱାଡର୍ନକୁ ୨୦୨୫ ଶେଷ ବେଳକୁ ସେନାରୁ ହଟାଇ ଦିଆଯିବ।

୨୦୧୯ ଫେବୃୟାରୀରେ ବାଲାକୋଟ୍ ଷ୍ଟ୍ରାଇକ୍ ସମୟରେ ଏହି ବିମାନଟି ବେଶ୍‌ ଚର୍ଚ୍ଚାରେ ରହିଥିଲା। ଲଢୁଆ ଜେଟ୍ ପୁଲୱାମା ଆତଙ୍କୀ ଆକ୍ରମଣର ୨ ସପ୍ତାହ ପରେ ବାଲାକୋଟରେ ଜୈସ୍-ଏ-ମହମ୍ମଦ ଆତଙ୍କୀ ଟ୍ରେନିଂ କ୍ୟାମ୍ପ ଉପରେ ବୋମା ବିସ୍ଫୋରଣ କରାଇଥିଲା।