ଦୁଇ ଭଉଣୀଙ୍କୁ ଦୁଷ୍କର୍ମ ପରେ ହତ୍ୟା

ନୂଆଦିଲ୍ଲୀ: ଉତରପ୍ରଦେଶର ଲଖିମପୁର ଖେରୀ ଅଂଚଳରୁ ପୁଣି ଏକ ଛାତିଥରା ଘଟଣା ସାମନାକୁ ଆସିଛି । ଆଖୁ ବାଡିରେ ଦୁଷ୍କର୍ମ ପରେ ହତ୍ୟା ଆଉ ତା’ପରେ ପ୍ରମାଣ ନଷ୍ଟ କରିବାକୁ ଗଛରେ ଦୁଇ ଭଉଣୀଙ୍କୁ ଝୁଲାଇ ଦେଇଥିବା ଅଭିଯୋଗ ହୋଇଛି । ୨ ଭଉଣୀଙ୍କ ବୟସ ୧୫ ଓ ୧୭ ବର୍ଷ ହୋଇଥିବା ସୂଚନା ରହିଛି। ବୁଧବାର ସନ୍ଧ୍ୟା ସମୟରେ ଘଟିଥିବା ଏହି ଜଘନ୍ୟ ହତ୍ୟାକାଣ୍ଡରେ ୬ ଦୁର୍ବତ ସାମିଲ ରହିଥିବା ଜଣାପଡିଛି । ଏହି ଘଟଣାରେ ସମସ୍ତ ୬ ଅଭିଯୁକ୍ତଙ୍କୁ ପୋଲିସ୍ ଗିରଫ କରିିଛି । ଏମାନଙ୍କ ମଧ୍ୟରେ ଜଣଙ୍କୁ ଧରିବା ପାଇଁ ପୋଲିସକୁ ଆଜି ସକାଳେ ଗୁଳି ଚଳାଇବାକୁ ପଡିଥିଲା ।

ପୋଲିସ ତରଫରୁ ମିଳିଥିବା ସୂଚନା ଅନୁସାରେ ୨ ଭଉଣୀ ବିବାହ ପାଇଁ କହିବା ପରେ ତାଙ୍କୁ ହତ୍ୟା କରାଯାଇଛି । ସେହିପରି ୨ ଭଉଣୀ ନିଜ ଇଚ୍ଛାରେ ଯୁବକଙ୍କ ସହ ବାଇକରେ ଯାଇଥିବା କହିଛି ପୋଲିସ୍ । ଅନ୍ୟପଟେ ମୃତ ୨ ନାବାଳିକାଙ୍କ ମାଆ କହିଛନ୍ତି ବୁଧବାର ୩ ଜଣ ଯୁବକ ତାଙ୍କ ଝିଅଙ୍କୁ ଉଠାଇ ନେଇ ଯାଇଥିଲେ । ୨ ନାବାଳିକାଙ୍କ ମୃତ୍ୟୁ ପରେ ଶବ ବ୍ୟବଚ୍ଛେଦ କରାଯାଇଛି ।