କୂଆଖାଇ ନଦୀପଠାରେ ସୂର୍ଯ୍ୟକିରଣ ଏୟାର ସୋ’ର ପୂର୍ଣ୍ଣ ଅଭ୍ୟାସ

ଭୁବନେଶ୍ବର,୧୫/୦୯: ରାଜଧାନୀ ଉପକଣ୍ଠରେ ଥିବା କୂଆଖାଇ ନଦୀପଠାରେ ‘ସୂର୍ଯ୍ୟକିରଣ’ ଏୟାର ସୋ’ର ପୂର୍ଣ୍ଣ ଅଭ୍ୟାସ ଅନୁଷ୍ଠିତ ହୋଇଛି। ବାୟୁସେନାର ୨ଟି ବିମାନ ଗତକାଲି କୂଆଖାଇ ନଦୀପଠାରେ ପରିଦର୍ଶନ କରିଥିଲା ବେଳେ ଆଜି ପୂର୍ଣ୍ଣ ଅଭ୍ୟାସ କରିଛି। ଆସନ୍ତାକାଲି ସୋ’ ପ୍ରଦର୍ଶିତ ହେବ। ବାୟୁସେନାର ୧୧ ହକ ବିମାନ ଏହି ସୋରେ ସାମିଲ ହୋଇଛନ୍ତି। ଏହି ହକ ବିମାନର ବ୍ୟବହାର କଣ ରହିଛି, ଦେଖାଯାଉଥିବା ସୋ’ର ପ୍ରତିଟି କୌଶଳକୁ କଣ କୁହାଯାଏ, ପାଇଲଟମାନଙ୍କ ଉପରେ କେତେ ଚାପ ଥାଏ ଏହା ଉପରେ ସୁଚନା ଦେଇଛନ୍ତି ଲେଫ୍ଟନାଣ୍ଟ ମିହିର ରଞ୍ଜନ।

ସୂଚନାଯୋଗ୍ୟ, ‘ଆଜାଦୀ କା ଅମୃତ ମହୋତ୍ସବ’ ପାଳନ ଉପଲକ୍ଷେ ଉଭୟ ଭୁବନେଶ୍ୱର ଏବଂ ପୁରୀରେ ବାୟୁସେନା ପକ୍ଷରୁ ଏୟାର ସୋ’ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏହି ଏୟାର ସୋ’ର ନାମ ‘ସୂର୍ଯ୍ୟକିରଣ’ ରଖାଯାଇଛି । ଆସନ୍ତା ୧୬ ତାରିଖରେ ଭୁବନେଶ୍ୱରସ୍ଥିତ କୂଆଖାଇ ନଦୀପଠା ବାଲିଯାତ୍ରା ପଡ଼ିଆରେ ଏହି ସୋ’ ହେବାକୁ ଥିବା ବେଳେ ପୁରୀରେ ୧୮ ତାରିଖରେ ଏହି ଏୟାର ସୋ’ ହେବ। ଏୟାର ସୋ’ ପାଇଁ କୂଆଖାଇ ନଦୀପଠାରେ ପୂର୍ବ ପ୍ରସ୍ତୁତି ଜୋରସୋରରେ ଚାଲିଛି।