ନୂଆଦିଲ୍ଲୀ,୧୪/୯: ବେଆଇନ୍ ଅର୍ଥ କାରବାର ମାମଲାକୁ ନେଇ ଅଡୁଆରେ ଲୋକପ୍ରିୟ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍ । ୨୦୦କୋଟିର ଠକେଇ ମାମଲାରେ ପୁଲିସ ନିକଟରେ ହାଜର ହୋଇଛନ୍ତି । ଇଓଡ଼ବ୍ଲୁର ୫ଜଣିଆ ଟିମ୍ ପଚରାଉଚରା କରୁଛନ୍ତି । ମାଷ୍ଟର ମାଇଣ୍ଡ ସୁକେଶ ଚନ୍ଦ୍ରଶେଖରଙ୍କ ସହ ବେଆଇନ୍ ଅର୍ଥ କାରବାର ମାମଲାରେ ଜ୍ୟାକଲିନ ଫସିଛନ୍ତି । ଏନେଇ ଜ୍ୟାକଲିନଙ୍କୁ ସମନ ଜାରି କରିଛି ଦିଲ୍ଲୀ ପୁଲିସ୍ । ସେପ୍ଟେମ୍ବର ୧୪ରେ ପୁଲିସ ପାଖରେ ହାଜର ହେବାକୁ ସମନର କୁହାଯାଇଛି । ଏହା ହେଉଛି ତୃତୀୟ ସମନ । ଗତ ଅଗଷ୍ଟ ୨ ଓ ସେପ୍ଟେମ୍ବର ୧୨ରେ ସମନ ପରେ ବି ଅଭିନେତ୍ରୀ ହାଜର ହୋଇନଥିଲେ । ଜ୍ୟାକଲିନଙ୍କୁ ଠକ ସୁକେଶ ୫କୋଟିର ଗିଫ୍ଟ ଦେଇଥିବା ଅଭିଯୋଗ ହୋଇଥିଲା । ପୂର୍ବରୁ ବେଆଇନ୍ ଅର୍ଥ ଚାଲାଣ ଆଇନ୍ ବା ପିଏମଏଲଏ ଅନୁସାରେ ଅଭିନେତ୍ରୀଙ୍କ ପ୍ରାୟ ୭କୋଟି ଟଙ୍କାର ସମ୍ପତି ଆଟାଚ୍ କରିଥିଲା ଇଡ଼ି । ଏହି ମାମଲାରେ ଇଡ଼ି ଏବେ ସୁଦ୍ଧା ସୁକେଶଙ୍କ ପତ୍ନୀ ଲୀନା ମାରିଆ ପଲଙ୍କ ସମେତ ୮ଜଣଙ୍କୁ ଗିରଫ କରିଛି । ]