ଆଇଟିଆଇ ଛାତ୍ରଙ୍କ ମୃତ୍ୟୁ, ରାଗିଂ ପାଇଁ ବିଷ ପିଇଥିବା ଅଭିଯୋଗ

ଭୁବନେଶ୍ୱର,୧୨/୯: ରାଗିଂରେ ଚାଲିଗଲା ଆଉ ଜଣେ ଛାତ୍ରଙ୍କ ଜୀବନ ! ବିଷ ପିଇ କଟକ ଏସ୍‌ସିବିରେ ଚିକିତ୍ସାଧୀନ ଥିବା ଆଇଟିଆଇ ଛାତ୍ର ଆଶୁତୋଷ ମଲ୍ଲିକଙ୍କ ଗତକାଲି ମୃତ୍ୟୁ ଘଟିଛି। । ସୂଚନାଯୋଗ୍ୟ ଯେ ଆଶୁତୋଷ ଭଦ୍ରକର ଏକ ଘରୋଇ ଆଇଟିଆଇ କଲେଜରେ ପ୍ରଥମ ବର୍ଷ ଇଲେକ୍ଟ୍ରି ବିଭାଗର ଛାତ୍ର ଥିଲେ। ଗତ ୯ତାରିଖରେ କଲେଜରୁ ଫେରି ଆଶୁତୋଷ ବିଷ ପିଇଦେଇଥିଲେ। ଗୁରୁତର ଅବସ୍ଥାରେ ଛାତ୍ରଜଣଙ୍କୁ ପ୍ରଥମେ ତିହିଡ଼ି ଡାକ୍ତରଖାନା ଓ ପରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲେ। ହେଲେ ତାଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ଗତ ୧୦ ତାରିଖରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଗତକାଲି ଚିକିତ୍ସାଧୀନ ଅବସ୍ଥାରେ ଆଶୁତୋଷଙ୍କରମୃତ୍ୟୁ ଘଟିଥିଲା। କଲେଜରେ ରାଗିଂ ଯୋଗୁ ଆଶୁତୋଷ ବିଷ ପିଇଥିବା ତାଙ୍କ ପରିବାର ଅଭିଯୋଗ କରିଥିଲେ।