ଅବପାତର ରୂପ ନେଲା ଲଘୁଚାପ

ଭୁବନେଶ୍ୱର, ୧୧/୯: ରାଜ୍ୟରେ ଏବେ ବର୍ଷା ଲାଗି ରହିଛି। ଏହାରିମଧ୍ୟରେ ସୃଷ୍ଟି ହେଇଥିବା ଲଘୁଚାପ  ଅବପାତର  ରୂପ ନେଇଛି। ସୁଦୃଶ୍ୟ ଲଘୁଚାପ ଘନୀଭୂତ ହୋଇ ଅବପାତରେ ପରିଣତ ହୋଇଛି । ଏହାର ପ୍ରଭାବରେ ଉପକୂଳ ଜିଲ୍ଲାରେ ପ୍ରବଳ ବର୍ଷୁଛି । ପ୍ରବଳ ବର୍ଷା ନେଇ ୮ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଏହାସହ ୬ ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସମୁଦ୍ର ଅଶାନ୍ତ ପାଇଁ ୧୨ ତାରିଖ ଯାଏଁ ସମୁଦ୍ର ଭିତରକୁ ପ୍ରବେଶ କରିବାକୁ ମନା କରାଯାଇଛି।