ଆସନ୍ତା ୨୭ରୁ ଖୋଲିବ ଲିଙ୍ଗରାଜ ମନ୍ଦିର

ଭୁବନେଶ୍ୱର, ୧୫/୧୨:ଆସନ୍ତା ୨୭ରୁ ଲିଙ୍ଗରାଜ ମନ୍ଦିର ଖୋଲିବ। କିନ୍ତୁ ୨୭ରୁ ୩୧ ଯାଏଁ  ସେବାୟତମାନେ ଦର୍ଶନ କରିପାରିବେ। ଏହାସହ ଜାନୁଆରୀ ୧ ଓ ୨ରେ ଲିଙ୍ଗରାଜ ମନ୍ଦିର ବନ୍ଦ ରହିବ। ସେହିପରି ୩ରୁ ୫ ତାରିଖ ଯାଏଁ ଦର୍ଶନ କରିପାରିବେ ରାଜଧାନୀ ବାସିନ୍ଦା। ଜାନୁଆରୀ ୬ରୁ ୩୧ ଯାଏଁ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କୁ ଦର୍ଶନ କରିପାରିବେ ରାଜ୍ୟବାସୀ।

ଉଲ୍ଲେଖ ଯୋଗ୍ୟ ଯେ ମନ୍ଦିର ଖୋଲିବା ପ୍ରସଙ୍ଗରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଥିଲା। ବିଏମସି କମିଶନର ପ୍ରେମଚାନ୍ଦ ଚୌଧୁରୀଙ୍କ ଅଧ୍ୟକ୍ଷତାରେ  ବୈଠକ ହୋଇଥିଲା । ଲିଙ୍ଗରାଜ ମନ୍ଦିରର ସେବାୟତମାନେ ମଧ୍ୟ ବୈଠକରେ ସାମିଲ ଥିଲେ । ଏହାସହ ରାଜଧାନୀର ବିଭିନ୍ନ ଚର୍ଚ୍ଚ, ମସଜିଦ ଓ ଗୁରୁଦ୍ୱାରର ପ୍ରତିନିଧିମାନେ ମଧ୍ୟ ସାମିଲ ଥିଲେ।