ରାଜ୍ୟରେ MSME କ୍ଷେତ୍ର ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା

ଭୁବନେଶ୍ୱର, ୧୫/୧୨: ରାଜ୍ୟରେ MSME କ୍ଷେତ୍ର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ବଡ଼ ଘୋଷଣା କରିଛନ୍ତି।MSME ପାଇଁ ୨୮୯.୪୨ କୋଟିର ପ୍ୟାକେଜକୁ ଅନୁମୋଦନ କରିଛନ୍ତି ନବୀନ । କୋଭିଡ୍‌ ସ୍ଥିତିରେ MSME କ୍ଷେତ୍ରର ସୁଧାର ପାଇଁ ଏହି ପ୍ୟାକେଜ ଘୋଷଣା କରାଯାଇଛି। ଏହା ଦ୍ବାରା ଉପକୃତ ହେବେ ୧ ଲକ୍ଷ ୭୦ ହଜାର MSM ଉଦ୍ୟୋଗ ।

ସେହିପରି ମହିଳାଙ୍କ MSME ପାଇଁ ୧୦୮.୨୯ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହା ସବ୍‌ସିଡି, GST ଭରଣା ଓ ବାର୍ଷିକ ଋଣ ପରିଶୋଧ କ୍ଷେତ୍ରରେ ସହାୟକ ହେବ । ନୂଆ ଶିଳ୍ପ ନୀତି ଅନୁସାରେ ୧୭୫ ଉଦ୍ୟୋଗ GST ଭରଣା ଯୋଗ୍ୟ ହୋଇଛନ୍ତି।କୋଭିଡ୍‌ କାଳରେ କ୍ଷତି ଭରଣା ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରି କହିଛନ୍ତି ଯେ ଆଉ ୧୭୫ ଉଦ୍ୟୋଗ ପାଇବେ ରାଜ୍ୟ GST ଭରଣା ସହାୟତା । ୨୦୧୭ ଜୁଲାଇ ୧ରୁ ୨୦୨୦ ମାର୍ଚ ୩୧ ଯାଏ ଅବଧି ପାଇଁ ପାଇବେ । ରାଜ୍ୟର ନୂଆ ଶିଳ୍ପନୀତି ଅନୁସାରେ ମଞ୍ଜୁର ହୋଇଛି ୩୮.୩୦ କୋଟି ଟଙ୍କା । ଆନୁଷ୍ଠାନିକ ପରିଚାଳନା ବାବଦ ଦେୟ ୫ ହଜାର MSMEଙ୍କୁ ଛାଡ଼ ହେବ  । MSMEଙ୍କ ୫.୮୩ କୋଟିର ଦେୟ ଭରଣା କରିବ ଶିଳ୍ପ ଉନ୍ନୟନ ନଗମ ବୋଲି ସୂଚନା ମିଳିଛି।