ଭୁବନେଶ୍ୱରରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୬/୯: ଦିଲ୍ଲୀରୁ ‘ଜୀବନବ୍ୟାପୀ ସାଧନା ସମ୍ମାନ’ ପାଇ ଭୁବନେଶ୍ୱରରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିମାନ ବନ୍ଦରରୁ ନବୀନ ନିବାସ ଯାଏଁ ଜନସମୁଦ୍ର ଦେଖିବାକୁ ମିଳିଛି । ମନ୍ତ୍ରୀ, ନେତା ଓ କର୍ମୀ ଏକାଠି ହୋଇଛନ୍ତି । ନାଚ, ଗୀତ, ପାରମ୍ପାରିକ ବାଦ୍ୟରେ ପରିବେଶ କମ୍ପୁଛି । ଏଥିପାଇଁ ସାରା ରାଜ୍ୟରୁ ୫୦ ହଜାର ଲୋକ ରାଜଧାନୀରେ ଏକଜୁଟ ହୋଇଛନ୍ତି । ଯାହାକୁ ନେଇ କମିଶନରେଟ୍ ପୋଲିସ ବି ପ୍ରସ୍ତୁତ ରହିଛି । ବିମାନବନ୍ଦରରେ ଜୋରଦାର ପ୍ରସ୍ତୁତି କରାଯାଇଛି । ସୁରକ୍ଷା ଓ ଟ୍ରାଫିକ ନିୟନ୍ତ୍ରଣ ପାଇଁ ୫୦ ଜଣ ପୁଲିସ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି । ୨୦୧୯ ନିର୍ବାଚନରେ ନବୀନ ପଟ୍ଟନାୟକଙ୍କ ପ୍ରଚାର ପାଇଁ ଯେଉଁ ବସର ବ୍ୟବସ୍ଥା କରାଯାଇଥିଲା ସେହି ବସରେ ମୁଖ୍ୟମନ୍ତ୍ରୀ ବିମାନବନ୍ଦରରୁ ନବୀନ ନିବାସ ଯିବେ ।