ଆସନ୍ତା ୬ ତାରିଖରୁ ପୁଣି ପ୍ରବଳ ବର୍ଷା ସମ୍ଭାବନା !

ଭୁବନେଶ୍ୱର,୪/୯: ରାଜ୍ୟରେ ଏବେ ଖରା ଓ ଅସହାୟ ତାତି ବଢ଼ିବାରେ ଲାଗିଛି। କିଛିଦିନ ଅସହ୍ୟ ତାତି ପରେ ଆଶ୍ୱସ୍ତି ମିଳିବ। ଏହାରିମଧ୍ୟରେ ଆସନ୍ତା ୬ ତାରିଖରୁ ପୁଣି ଆସୁଛି ବଡ଼ ବର୍ଷା । ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତାକାଲିଠୁ ବର୍ଷା ଆରମ୍ଭ ହେବ । ୬ ତାରିଖ ବେଳକୁ ଏହା ବଢ଼ିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ଦୁଇଟି ଘୂର୍ଣ୍ଣିବଳୟ ଆସିବା ସମ୍ଭାବନା ରହିଛି । ଏହାର ପ୍ରଭାବରେ ଉପକୂଳ ଓ ଦକ୍ଷିଣ ଓଡ଼ିଶାକୁ ବର୍ଷା ନେଇ ସତର୍କ ସୂଚନା ବି ଜାରି ହୋଇଛି । ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡ଼ା, କଳାହାଣ୍ଡି ଏବଂ ନବରଙ୍ଗପୁର ଭଳି ୮ ଜିଲ୍ଲାକୁ ୬ ତାରିଖ ପାଇଁ ଜାରି କରାଯାଇଛି ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।