ନାସାର ମୁନ୍ ମିଶନ ପୁଣି ସ୍ଥଗିତ

ଭୁବନେଶ୍ୱର,୪/୯: ନାସାର ମୁନ୍ ମିଶନ ପୁଣି ସ୍ଥଗିତ ରଖାଯାଇଛି । ଇଞ୍ଜିନରେ ଇନ୍ଧନ ଲିକ୍ ସମସ୍ୟା ହେବାରୁ ଉତକ୍ଷେପଣ ହୋଇପାରିଲାନି ଆର୍ଟିମେସ୍-୧ ମୁନ୍ ରକେଟ୍ । ଆସନ୍ତାକାଲି କିମ୍ବା ମଙ୍ଗଳବାର ପୁଣି ଉତକ୍ଷେପଣ ପାଇଁ ଉଦ୍ୟମ କରାଯିବ । ୫୦ ବର୍ଷ ପରେ ଚନ୍ଦ୍ରରେ ପୁଣି ପାଦ ରଖିବାକୁ ଯାଉଛି ମଣିଷ । ଏଥିପାଇଁ ଅର୍ଟିମିସ୍ ମିଶନ ସହାୟତାରେ ପ୍ରଥମ ଟେଷ୍ଟ ଫ୍ଲାଇଟ୍ ମହାକାଶକୁ ପଠାଇବ ନାସା । ଗତ ୨୯ ତାରିଖରେ ମଧ୍ୟ ଉତ୍କ୍ଷେପଣ ହେବାର ଥିଲା । ହେଲେ ରକେଟରେ ଇନ୍ଧନ ଲିକ୍ ଯୋଗୁଁ ଶେଷ ମୁହୁର୍ତରେ ବାତିଲ ହୋଇଥିଲା ଉତକ୍ଷେପଣ । ଶେଷ ମୁହୂର୍ତରେ ସ୍ପେସ୍ ଲଂଚିଂ ସିଷ୍ଟମ ବା ଏସଏଲଏସ ରକେଟର ଥଣ୍ଡା ହାଇଡ୍ରୋଜେନ୍ ଓ ଅମ୍ଳଜାନ ଭରିବା ପ୍ରକ୍ରିୟାରେ ସମସ୍ୟା ଦେଖା ଦେଇଥିଲା ।