ଅଧିକ ପେନ୍‌କ୍ଲିଅର୍‌ ଖାଉଛନ୍ତି କି? ହୋଇଯାଆନ୍ତୁ ସାବଧାନ ନଚେତ ସମସ୍ୟାରେ ପଡିପାରନ୍ତି

କୌଣସି କାରଣରୁ ହାତ, ଗୋଡ଼ କିମ୍ବା ଶରୀରର ଅନ୍ୟ କୌଣସି ଅଙ୍ଗରେ ଆଘାତ ଲାଗି ଯନ୍ତ୍ରଣା ହେଉଥିଲେ ଆମେ ସଂଗେ ସଂଗେ  ଉପଶମ ପାଇବା ପାଇଁ  ପ୍ରାୟ ସମସ୍ତେ ଆମେ ପେନ୍‌କ୍ଲିଅର୍‌ ଖାଉ। କିନ୍ତୁ ଆପଣ ଜାଣନ୍ତି, ତତ୍‌କ୍ଷଣାତ୍ ବା ଖୁବ୍‌ କମ୍‌ ସମୟରେ ଯନ୍ତ୍ରଣାରୁ ମୁକ୍ତି ଦେଉଥିବା ଏହି ପେନ୍‌କ୍ଲିଅର୍‌ ଗୁଡ଼ିକ ଶରୀର ପାଇଁ ହାନିକାରକ ହୋଇଥାଏ। ବାରମ୍ବାର ଏଗୁଡ଼ିକୁ ଖାଇଲେ ଶରୀରକୁ ବହୁତ ପ୍ରକାର କ୍ଷତି ମଧ୍ୟ ପହଞ୍ଚିଥାଏ। ତେବେ ଆସନ୍ତୁ ଜାଣିବା ପେନ୍‌କ୍ଲିଅର୍‌ ଖାଇଲେ କ’ଣ ସବୁ କ୍ଷତି ହେବାର ସମ୍ଭାବନା ରହିଛି।

-ଅଧିକ ମାତ୍ରାରେ ପେନ୍‌କ୍ଲିଅର୍ ଖାଇବା ଦ୍ୱାରା କିଡ୍‌ନୀ ଉପରେ ଖରାପ ପ୍ରଭାବ ପଡ଼ିଥାଏ।

-ସେହିପରି ମସ୍ତିଷ୍କ ଉପରେ ମଧ୍ୟ କୁ ପ୍ରଭାବ ପକାଇଥାଏ।

-ପେଟ ସମସ୍ୟା ଦେଖା ଦେବା ସହ ରକ୍ତଚାପ ମଧ୍ୟ ବଢିଥାଏ।

-ଏହାକୁ ଅଧିକ ମାତ୍ରାରେ ଖାଇବା ଦ୍ୱାରା ହାଡ଼ ଦୁର୍ବଳ ହେବା ସହ  ମେରୁଦଣ୍ଡ ଉପରେ ମଧ୍ୟ ଖରାପ ପ୍ରଭାବ ପକାଇଥାଏ।