ପାକିସ୍ତାନରେ ବନ୍ୟା ବିଭୀଷିକା, ୫୭ ମୃତ

ନୂଆଦିଲ୍ଲୀ,୩/୯: ପାକିସ୍ତାନରେ ଦେଖାଦେଇଥିବା ବନ୍ୟା ବିଭୀଷିକା ଯୋଗୁଁ ମୃତ୍ୟୁସଂଖ୍ୟା ବଢି ବଢି ଚାଲିଛି । ଆଜି ଆଉ ୫୭ ଜଣ ମୃତ୍ୟୁବରଣ କରିଛନ୍ତି । ସବୁଠାରୁ ଦୁଃଖଦ ବିଷୟ ହେଉଛି ଏହି ମୃତକଙ୍କ ମଧ୍ୟରେ ୨୫ ଜଣ ଶିଶୁ ଅଛନ୍ତି । ସିନ୍ଧ ପ୍ରଦେଶରେ ସୁକ୍କୁର ବ୍ୟାରେଜ ଦେଇ ବନ୍ୟା ଜଳ ପ୍ରବାହିତ ହେବା ଫଳରେ ଏହି ଲୋକମାନେ ମୃତ୍ୟୁବରଣ କରିଛନ୍ତି । ଏହି ବନ୍ୟାରେ ମୋଟ ମୃତ୍ୟୁସଂଖ୍ୟା ୧୨୬୫କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରେ ରହିଛନ୍ତି ୪୪୧ ଜଣ ଶିଶୁ ।ଏହି ବନ୍ୟା ଦ୍ବାରା ପ୍ରାୟ ୩ କୋଟି ୩୦ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି ଏବଂ ବାସହୀନ ହୋଇପଡ଼ିଛନ୍ତି । ପ୍ରାୟ ୧୦ ଲକ୍ଷ ଘର ଭାଙ୍ଗିଯାଇଛି । ଏହି ବନ୍ୟା ଯୋଗୁଁ ପାକିସ୍ତାନ ଅର୍ଥନୀତି ପ୍ରାୟ ୧୦ ବିଲିୟନ ଡଲାରର କ୍ଷତି ସହିଥିବା ଆକଳନ କରାଯାଉଛି ।