ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ରାଜଧାନୀରେ ଛୁରାମାଡ଼

ଭୁବନେଶ୍ୱର,୩/୯: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ବ୍ୟକ୍ତିଙ୍କୁ ଛୁରାମାଡ଼ ହୋଇଛି। ଏଭଳି ଘଟଣା ଘଟିଛି ଭୁବନେଶ୍ୱର ସ୍ଥିତ ଲକ୍ଷ୍ମୀସାଗର କଦଳୀଗୋଦାମ ଅଞ୍ଚଳରେ। ଆହତ ବ୍ୟକ୍ତି ଜଣଙ୍କ ହେଲେ ଶେଖ ଅବଦୁଲ। ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅବଦୁଲଙ୍କ ପେଟ ଓ ପିଞ୍ଜରାରେ ଗଭୀର ଆଘାତ ଲାଗିଛି। ଗତକାଲି ରାତିରେ କୌଣସି କଥାକୁ ନେଇ ଅବଦୁଲଙ୍କ ସହ ଆଦିତ୍ୟଙ୍କ ପରିବାର ଲୋକଙ୍କ ଝଗଡ଼ା ହୋଇଥିଲା। ଏହି ସମୟରେ ଆଦିତ୍ୟ ଏକ ଛୁରି ଆଣି ଅବଦୁଲଙ୍କୁ ଭୁସି ଦେଇଥିଲେ। ଖବର ପାଇ ଲକ୍ଷ୍ମୀସାଗର ଥାନା ପୁଲିସ ପହଞ୍ଚି ଆଦିତ୍ୟଙ୍କୁ ଅଟକ ରଖି ପଚରାଉଚରା କରୁଛି।