କଟକ ପକ୍ସୋ କୋର୍ଟ ବିଚାରପତିଙ୍କ ଆତ୍ମହତ୍ୟା

ଭୁବନେଶ୍ୱର,୨/୯: କଟକ ପକ୍ସୋ କୋର୍ଟ ବିଚାରପତି ଆତ୍ମହତ୍ୟା କରିଥିବା ସୂଚନା ରହିଛି। ସ୍ୱତନ୍ତ୍ର ପକ୍ସୋ କୋର୍ଟ ବିଚାରପତି ସୁବାସ କୁମାର ବିହାରୀ ଆତ୍ମହତ୍ୟା କରିଛନ୍ତି। ସିଡିଏ ସେକ୍ଟର-୯ ସ୍ଥିତ ସରକାରୀ ଘରେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ସିଡିଏର ଏକ ଘରୋଇ ଡାକ୍ତରଖାନାରେ ମୃତ ଘୋଷଣା କରିଛନ୍ତି ଡାକ୍ତର। ବିଚାରପତିଙ୍କ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ଥିବା ବେଳେ ତଦନ୍ତ ଜାରି ରହିଛି। ସୂଚନାଯୋଗ୍ୟ ଯେ ଗତ ୨ ଦିନ ହେଲାଣି ଛୁଟିରେ ଥିଲେ ବିଚାରପତି ସୁବାସ ବିହାରୀ। ଆଜି କାର୍ଯ୍ୟରେ ଯୋଗଦେବାର ଥିଲେ ବି ସେ ପୁଣି ଛୁଟି ନେଇଥିଲେ। ସକାଳ ୧୦ଟାରେ ଷ୍ଟେନୋଙ୍କୁ ଫୋନ୍ କରି ଆଜି ଛୁଟି ନେଇଥିଲେ।