ଅପରାଧରେ ୧୨ ନମ୍ବରରେ ରହିଛି ଓଡିଶା

ଭୁବନେଶ୍ବର : ରାଜ୍ୟରେ ଅପରାଧ ବଢ଼ୁଛି। ଜାତୀୟ ଅପରାଧ ସଂସ୍ଥା(ଏନ୍‌ସିଆର୍‌ବି) ଦ୍ବାରା ପ୍ରକାଶିତ ରିପୋର୍ଟ ଅନୁସାରେ, ୨୦୨୦ ତୁଳନାରେ ରାଜ୍ୟରେ ୨୦୨୧ରେ ଅଧିକ ୨୧ହଜାର ୧୯୦ ମାମଲା ରୁଜୁ ହୋଇଛି।  ୨୦୨୦ରେ ପ୍ରାୟ ୮୨ପ୍ରତିଶତ ମାମଲାରେ ଚାର୍ଜସିଟ୍ ଦାଖଲ କରାଯାଇଥିବା ବେଳେ ୨୦୨୧ରେ ଏହା ୮୦ ପ୍ରତିଶତକୁ ଖସି ଆସିଛି। ମାତ୍ର ଏସବୁ ସତ୍ତ୍ବେ ପଡ଼ୋଶୀ ରାଜ୍ୟଗୁଡ଼ିକର ତୁଳନାରେ ଓଡ଼ିଶାରେ ଅପରାଧ ନିୟନ୍ତ୍ରଣ ଭଲ ସ୍ଥିତିରେ ରହିଛି।ଏନ୍‌ସିଆର୍‌ବି ରିପୋର୍ଟ ଅନୁସାରେ, ୨୦୨୧‌ରେ ରାଜ୍ୟରେ ମୋଟ ୧ଲକ୍ଷ ୫୫ହଜାର ୪ଶହ ୨୦ଟି ମାମଲା ରୁଜୁ ହୋଇଛି। କିନ୍ତୁ ଏ କ୍ଷେତ୍ରରେ ତାମିଲନାଡ଼ୁ ତାଲିକାର ଶୀର୍ଷରେ (୭ଲକ୍ଷ ୫୬ହଜାର ୭୫୩ ମାମଲା) ଥିବା ବେଳେ ପଛକୁ ଗୁଜରାଟ, ଉତ୍ତରପ୍ରଦେଶ, କେରଳ ଭଳି ରାଜ୍ୟ ରହିଛନ୍ତି। ତେବେ ତାଲିକାରେ ଓଡ଼ିଶା ୧୨ ନମ୍ବର ସ୍ଥାନରେ ରହିଛି।